ଛବି କଥା କହେ - ବାସନ୍ତୀ ଲତା ଜେନା

 

ଲେଖକ ଲେଖିକା କଳ୍ପନା ବିଳାସୀ 

        ସୃଷ୍ଟି ତାଙ୍କର ସୁନ୍ଦର 

ବାସ୍ତବ ଘଟଣା ରୂପ ଦେଇ ଥାଏ 

       ଲେଖା ମାଧ୍ୟମରେ ତାର    l୧l

ପାଷାଣ ଦେହରେ ଫୁଲ ଫୁଟାଅନ୍ତି 

     ମରୁ ଭୂମେ ଜଳ ଧାର       

ମଉଳା ଫୁଲକୁ ସଦ୍ୟ କରି ଥାନ୍ତି 

       ପାଷାଣ  ଜୀବ ନ୍ୟାସର    l୨l

ଅନ୍ଧ ବିଶ୍ୱାସ କୁସଂସ୍କାର ଦୂରେଇ 

        ଦେଶପ୍ରେମ ଜଳାଅନ୍ତି 

ସଭ୍ୟତା ସଂସ୍କୃତି କୁସଂସ୍କାରକୁ ତ 

       ଲେଖାରେ ସ୍ଥାନ ଦିଅନ୍ତି     l୩l 

ସାଧନାରେ ସେତ ସବୁ ବେଳେ ଥାନ୍ତି 

       ସାହିତ୍ୟ ଅତି ନିଜର 

ଏହି କାମ ପାଇଁ ଆୱାର୍ଡ ମିଳିଲେ 

       ଆନନ୍ଦେ ହୁଏ ବିଭୋର    l୪l 

ମାନ ପତ୍ର ହୁଏ   ଶକ୍ତିର ଆଧାର

       ଉପାଧି ତ ପରିଚୟ 

ସମ୍ମନ ହୁଏ ପ୍ରେରଣାର ଉତ୍ସ 

        ସାହିତ୍ୟି  ଉପାଧି   ପ୍ରିୟ   l୫l

ଆବେଗ ତାହାର କୂଳ ଲଂଘି  ଯାଏ 

      ସୃଜନୀ ରୋକିବ କିଏ 

ନୂତନ ସୃଷ୍ଟି କଲମ ମୁନରେ 

       ସୁଚିନ୍ତନ ସ୍ଥାନ ପାଏ       l୬l

ମହାପୁରୁଷ ତ ସମ୍ମାନ ପାଇଁ କି 

      କେବେ ନ ହୁଏ ତତ୍ପର 

ନିଜ ସୃଜନୀରେ ସ୍ଥାନ ଦେଇଥାନ୍ତି 

      ଜଗତ ପୂଜେ ତାଙ୍କର      l୭l

ବାଲ୍ମୀକି ତୁଳସୀ ବଳରାମ ଦାସ 

       ସାରଳା ମଧୁସୂଦନ 

ଗୋପବନ୍ଧୁ ଦାସ ଉପଇନ୍ଦ୍ର ଭଞ୍ଜ 

        ରାଧାନାଥ ରାୟ ଜାଣ    l୮l

ବେଦବ୍ୟାସ ଆଉ କାଳିଦାସ ସଙ୍ଗେ 

        ରବୀନ୍ଦ୍ର ନାଥ ଠାଗୁର 

ଜୟ ଦେବ ସଙ୍ଗେ ଜଗନ୍ନାଥ ଦାସ 

       ଲେଖା ଥିଲା ଉପହାର    l୯l

କାଳଜୟୀ ସିଏ ନିର୍ଲୋଭତା ଗୁଣ 

      ପଦବୀରେ ଆଶା ନାହିଁ 

ସମାଜର ପ୍ରତି ଛବି ଲେଖିଛନ୍ତି 

     ଲେଖନୀ ନିଶାଣ ଦେଇ    l୧୦l

ଲୋଭ ଛାଡ଼ି ଦେଇ କର୍ତ୍ତବ୍ୟ କରିଲେ 

      ସାଧନା ସଫଳ ହେବ 

ସ୍ରଷ୍ଟା ତୁମେ ପରା ସାହିତ୍ୟ ଜଗତେ 

      ଚିରଞ୍ଜିବି ହୋଇ ଯିବ      l୧୧l


ବାସନ୍ତୀ ଲତା ଜେନା 

ଗାନ୍ଧୀନଗର, ନବରଙ୍ଗପୁର  

Post a Comment

0 Comments